Breaking PLUSଓଡ଼ିଶାଦେଶମୁଖ୍ୟ ଖବର

୨୮ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡରେ ପୁଣି ୨୮ ମାଓବାଦୀଙ୍କ ଆତ୍ମସମର୍ପଣ । ନାରାୟଣପୁର ଏସପି ଓ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ସମ୍ମୁଖରେ ଏମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୯ ଜଣ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ନାମରେ ୮୯ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।ଏସଏଲଆର, ଇନସାସ ଏବଂ ୩୦୩ ବନ୍ଧୁକ ସହ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

ଛତିଶଗଡ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଆତ୍ମନିର୍ଭରଶୀଳ ନୀତି ଏବଂ ଘରକୁ ଫେରିଆସ ଯୋଜନାରେ ନକ୍ସଲ ଲଗାତାର ଆତ୍ମସମର୍ପଣ କରୁଛନ୍ତି । ଦୁର୍ଦାନ୍ତ ମାଓନେତା ହିଡମାର ମୃତ୍ୟୁ ସଂଗଠନକୁ ଏକ ପ୍ରକାର ବେକଫୁଟକୁ ନେଇଯାଇଛି । ସଂଗଠନରେ ଦୁଇ ଗୋଷ୍ଠୀ ହେବା ସହ କିଏ କାହାକୁ ଆଉ ମାନୁନଥିବା ଜଣାପଡିଛି । ନେତୃତ୍ବ ବିହୀନ ସଂଗଠନ ହୋଇଥିବାରୁ ତଳସ୍ତରର ନକ୍ସଲ ସରକାରଙ୍କ ସହ ଯୋଗାଯୋଗ କରି ଆତ୍ମସମର୍ପଣ କରୁଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button