ରାଜ୍ୟରେ ଧୀରେଧୀରେ ହ୍ରାସ ପାଉଛି ସଂକ୍ରମଣ । ୨୪ ଘଣ୍ଟାରେ ୨୮୭ କରୋନା ପଜିଟିଭ୍ ଚିହ୍ନଟ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୫୭ ଜଣ, ଖୋର୍ଦ୍ଧାରୁ ୫୫ ଜଣ, କଳାହାଣ୍ଡିରୁ ୧୯ ଜଣ, ସମ୍ବଲପୁରରୁ ୧୬ ଜଣ, ନବରଙ୍ଗପୁରରୁ ୧୪ ଜଣ, କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ୧୩ ଜଣ ଲେଖାଁଏ, ବଲାଙ୍ଗୀରରୁ ୧୧ ଜଣ, ବରଗଡ଼ରୁ ୧୦ ଜଣ, ଝାରସୁଗୁଡ଼ା ଓ ନୂଆପଡ଼ା ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଜପତି, ନୟାଗଡ଼ ଓ ସୋନପୁର ଜିଲ୍ଲାରୁ ୬ ଜଣ ଲେଖାଁଏ, ବାଲେଶ୍ବର ଓ କନ୍ଧମାଳ ଜିଲ୍ଲାରୁ ୫ ଜଣ ଲେଖାଁଏ, ଯାଜପୁରରୁ ୪ ଜଣ, ବୌଦ୍ଧ, ଦେବଗଡ଼ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ, ଭଦ୍ରକ, ଢ଼େଙ୍କାନାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।