Breaking PLUSଓଡ଼ିଶାମୁଖ୍ୟ ଖବର

ବୌଦ୍ଧରେ ସାପ କାମୁଡାରେ 3 ମୃତ

ବୌଦ୍ଧ- ବିଷଧର ସାପ ଚାଲିଗଲା ୩ ଭଉଣୀଙ୍କ ଜୀବନ। ଗୁରୁତର ଅବସ୍ଥାରେ ବାପା ଜୀବନ ସହ ସଂଘର୍ଷ କରୁଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗ୍ରାମରେ।

ରବିବାର ନୂଆଁଖାଇ ଥିବାରୁ ଚରିଆପାଲି ଗ୍ରାମର ସାଲେନ୍ଦ୍ର ମଲ୍ଲିକଙ୍କ ପରିବାର ଏକାଠି ଖିଆ ପିଆ କରିବା ପରେ ଶୋଇବାକୁ ଯାଇଥିଲେ। ସମ୍ପୂର୍ଣ୍ଣ ପରିବାର ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଏକ ବିଷଧର ସାପ ପରିବାର ସମସ୍ତଙ୍କୁ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ପ୍ରଥମେ ଗୁଣିଗାରେଡିର ସହାୟତା ନିଆଯିବା ପରେ ଅବସ୍ଥା ଗୁରୁତର ହେବାରୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସାଳୟରେ ପହଞ୍ଚିବା ବେଳକୁ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ବିଳମ୍ବିତ ଚିକିତ୍ସା ଯୋଗୁ ଆଉ ଜଣେ ଭଉଣୀର ମୃତ୍ୟୁ ଘଟିଥିଲା। ଘଟଣାରେ ମୃତ ତିନି ଭଉଣୀ ସ୍ମୃତିରେଖା, ସୁରଭୀ ଓ ଶୁଭରେଖା ନାବାଳିକା ଅଟନ୍ତି। ପିତା ସାଲେନ୍ଦ୍ର ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପୁଲିସ ପହଞ୍ଚି ତିନି ଭଉଣୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button