Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ ବର୍ଦ୍ଦିରେ ସାତ ସାତ ଜଣ ଲୁଟେରା, 3ଜଣ କାବୁ

ଏମ.ରାମପୁର : କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ ରୁବେନ ଗାଁରେ ପୁଲିସ ପୋଷାକରେ ଡକାୟତି ଅଭିଯୋଗ ହୋଇଛି। ତେବେ ସେମାନେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ୩ଜଣଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେମାନେ ଆସିଥିବା ବୋଲେରୋ ଗାଡ଼ିକୁ ମଧ୍ୟ ଲୋକେ ଭଙ୍ଗାରୁଜା କରିଛନ୍ତି। ଗିରଫ ୩ ଡକାୟତ କନ୍ଧମାଳ ଜିଲା ବାଲିଗୁଡ଼ାର ପିଣ୍ଟୁ ସେଠୀ, ଆଶିଷ ଦିଗାଲ ଓ ପକାରି ଗାଁର ସୁଧାକର ବଳିୟାରସିଂଙ୍କୁ ପୁଲିସ ପଚରାଉଚୁରା କରୁଛି। ରୁବେନ ଗ୍ରାମର ରିପା ମାଝୀଙ୍କ ଅଭିଯୋଗ ଅନୁସା​‌ରେ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋରେ ପୁଲିସ ପୋଷାକରେ ୭ଜଣ ଆସିଥିଲେ। ରିପା ମାଝୀଙ୍କ ଘରେ ପହଞ୍ଚି କବାଟ ଖୋଲିବା ପାଇଁ କହିଥିଲେ। କବାଟ ଖୋଲିବା ପରେ ସେମାନେ କାଠ ଫାଳିଆ ଧରିଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇ ଯାଇଥିଲେ। ସେମାନେ ରିପାଙ୍କ ଘରେ ଥିବା ଗୋଷ୍ଠୀ ବାବଦରେ ୨ଲକ୍ଷ ୪୦ହଜାର ଟଙ୍କା ନେଇ ଫେରାର ଉଦ୍ୟମ କରିଥିଲେ। ଏ ସଂପର୍କରେ ଖବର ପାଇ ଗାଁ ଲୋକେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ୩ ଜଣଙ୍କୁ ଧରିଥିଲେ ହେଁ ଘଟଣାସ୍ଥଳରୁ ଅନ୍ୟ ୪ଜଣ ଫେରାର ହୋଇ ଯାଇଥିଲେ। ୩ ଜଣଙ୍କୁ ଗ୍ରାମବାସୀ ମୋହନଗିରି ଫାଣ୍ଡି ପୁଲିସକୁ ହସ୍ତାନ୍ତର କରିଥିଲେ। ପରେ ତିନି ଅଭିଯୁକ୍ତଙ୍କୁ ଏମ୍‌. ରାମପୁର ଥାନା ଓ ଅଧିକ ପଚରାଉଚୁରା ପାଇଁ ଜିଲା ପୁଲିସ ମୁଖ୍ୟାଳୟକୁ ନିଆଯାଇଥିଲା।

Show More

Related Articles

Back to top button