Breaking PLUSଓଡ଼ିଶାମୁଖ୍ୟ ଖବର

ବାଲି ମାଫିଆଙ୍କ ଆକ୍ରମଣରେ 3 ଯୁବକ ଗୁରୁତର

ବାଲିପାଟଣା : ବାଲିପାଟଣା ସୁଆଁଲୋ ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ମାଟି ଚୋରି ହେଉଥିଲା। ଗାଁର କିଛି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାରୁ ମାଟି ମାଫିଆ ମାନେ ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ଯୁବକ ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଯୁବକ ମାନେ ହେଲେ ନୀରଞ୍ଜନ ପାତ୍ର, ସୌମେନ୍ଦ୍ର ଜେନା ଏବଂ ଶରତ ଜେନା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ୪ ଯୁବକଙ୍କୁ ଅଧିକ ପଚରାଉଚରା କରିବା ସହ ଦୁଇଟି ବାଇକ୍ ମଧ୍ୟ ଜବତ କରିଛି।

Show More

Related Articles

Back to top button