ଓଡ଼ିଶାସ୍ୱତନ୍ତ୍ର

ରାଜ୍ୟରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୩୬ଟି ନୂଆ ପୋଲିସ ଥାନା

ରାଜ୍ୟରେ ଖୋଲିବ ୩୬ଟି ନୂଆ ପୋଲିସ ଥାନା । ଦିନକୁଦିନ ବଢୁଥିବା ଜନସଂଖ୍ୟା ଏବଂ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ଯଥାଶୀଘ୍ର ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଏହି ନୂଆ ଥାନା ଗୁଡିକ ମଧ୍ୟରେ ରହିଛି ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବଉଦର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର,

ସେହିପରି ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଂଗପୁର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା ।

Show More

Related Articles

Back to top button