Breaking PLUSଓଡ଼ିଶାମୁଖ୍ୟ ଖବର

୩୬ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି

ଭୁବନେଶ୍ୱର- ରାଜ୍ୟ ସରକାର ଆଜି ୩୬ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ୱତନ୍ତ୍ର ସଚିବ ମଧୁମିତା ରଥଙ୍କୁ ନିଜ ଦାୟିତ୍ବ ବ୍ୟତୀତ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। କଟକ ମହାନଗର ନିଗମର ଅତିରିକ୍ତ କମିଶନର ଅନାମ ଚରଣ ପାତ୍ରଙ୍କୁ ସିଏମସିର କମିସନର ଭାବେ ଅବସ୍ଥାପିତ କରାଯାଇଛି। ପ୍ରଦୀପ କୁମାର ରାଉତଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରର ସିଇଓ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ମିଳିଛି।

ସେହିପରି ଗୌରହରି ବେହେରାଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ଯଦୁମଣି ମହାଲାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ, ରତ୍ନାକର ସାହୁଙ୍କୁ ବାଲେଶ୍ୱରର ଅତିରିକ୍ତ ଜିଲ୍ଲାପାଳ, ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ଓ ଅଶୋକ କୁମାର ଗଡ଼ତିଆଙ୍କୁ କଟକ ଅବକାରୀ ବିଭାଗର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button