୪.୩ ତୀବ୍ରତା ଥାଇ ଭୂକମ୍ପରେ ଥରିଲା ନେପାଳ । ଆଜି ସକାଳୁ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ କାଠମାଣ୍ଡୁଠାରୁ ୧୬୧ କିଲୋମିଟର ଦୂରରେ ବୋଲି ସୂଚନା ମିଳିଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ଜଣାପଡିଛି । କ୍ଷୟକ୍ଷତି ବାବଦରେ କୌଣସି ସୂଚନା ଏଯାଏଁ ମିଳିନାହିଁ ।
ସୂଚନା ଥାଉକି , ଗତ ବୁଧବାର ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଅଫାଗାନିସ୍ତାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ବାସହରା ହୋଇପଡିଛନ୍ତି ଏବଂ ୧୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।