ରାଜ୍ୟରେ ଲୁଚକାଳି ଖେଳୁଛି କୋରୋନା । କେତେବେଳେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ତ ଆଉ କେତେବେଳେ କମୁଛି । ଆଉ ଏବେ ଦିନକୁ ଦିନକ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୬୦୯ କାରାନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କ୍ୱରେଣ୍ଟାଇନ ସେଣ୍ଟରରୁ ୩୫୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୫୫ ରହିଛି । ସରକାରଙ୍କ ରିପୋର୍ଟ ଅନୁସାରେ ଅନୁଗୁଳରୁ ୧୮ ଜଣ, ବାଲେଶ୍ୱରରୁ ୨୧, ବରଗଡରୁ ୪, ଭଦ୍ରକରୁ ୯, ବୌଦ୍ଧରୁ ୯, କଟକରୁ ୭୧, ଦେବଗଡରୁ ୧୦, ଢେଙ୍କାନାଳରୁ ୨୩, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୬, ଝାରସୁଗୁଡାରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପହାରୁ ୧୯, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୨୦୯, କୋରାପୁଟରୁ ୩, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୨୬, ନୟାଗଡରୁ ୧୧, ପୁରୀରୁ ୨୦, ରାୟଗଡାରୁ ୫, ସମ୍ବଲପୁରରୁ ୧୬, ସୋନପୁରରୁ ୨, ସୁନ୍ଦରଗଡରୁ ୮ ଓ ରାଜ୍ୟେପୁଲରୁ ୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବର୍ଗର ୯୭ ଜଣ ଚିହ୍ନଟ ହୋଇଛନ୍ତି ।
Back to top button