Breaking PLUSଦେଶ ବିଦେଶମୁଖ୍ୟ ଖବର
ଦକ୍ଷିଣ ମେକ୍ସିକୋରେ ବସ ଦୁର୍ଘଟଣାରେ 41 ମୃତ

ଦକ୍ଷିଣ ମେକ୍ସିକୋରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି। ମେକ୍ସିକୋର ଟବାସ୍କୋ ରାଜ୍ୟ ସରକାର ଏକ ବିବୃତିରେ କହିଛନ୍ତି ଯେ, ୪୮ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଟ୍ରକ୍ ସହିତ ଧକ୍କା ଦେଇଥିଲା। ବସ୍ଟି କାନକୁନ୍ରୁ ଟବାସ୍କୋ ଯାଉଥିଲା। ନିଆଁ ଲିଭାଇବା ପରେ, କେବଳ ବସ୍ର ଫ୍ରେମର ଅବଶିଷ୍ଟାଂଶ ବାକି ରହିଛି। ଟବାସ୍କୋ ଅଧିକାରୀମାନେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୩୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି