Breaking PLUSଓଡ଼ିଶାମୁଖ୍ୟ ଖବର
୭ ବର୍ଷରେ ଗଲାଣି ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ

ଭୁବନେଶ୍ୱର- ଗତ ୭ ବର୍ଷରେ ଗଲାଣି ୪୩୨ ପ୍ରବାସୀ ଶ୍ରମିକଙ୍କ ଜୀବନ । ବିଧାନସଭାରେ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ଉତ୍ତର । ରାଜ୍ୟ ବାହାରକୁ କାମ କରିବାକୁ ଯାଇ ପ୍ରାଣ ହରାଉଛନ୍ତି ପ୍ରବାସୀ ଶ୍ରମିକ । ୨୦୧୯ରୁ ୨୦୨୫ ମଧ୍ୟରେ ୪୩୨ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ବାହାର ରାଜ୍ୟରେ ମୃତ ପ୍ରବାସୀ ଶ୍ରମିକଙ୍କ ମୃତଦେହ ଫେରାଇ ଆଣିଛନ୍ତି ସରକାର । ମୃତ ବ୍ୟକ୍ତିଙ୍କ ପରିବାରକୁ ସହାୟତା ରାଶି ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ୧୪ଟି ପ୍ରବାସୀ ଶ୍ରମିକ ଜିଲ୍ଲାକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ।ଅନ୍ୟ ୧୬ ଜିଲ୍ଲାକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି ।


