Breaking PLUSଓଡ଼ିଶାମୁଖ୍ୟ ଖବର
ଅନଲାଇନ ବେଟିଂର ପର୍ଦ୍ଦାପାଶ, 5 ଗିରଫ
ଅନଲାଇନ ବେଟିଂର ପର୍ଦ୍ଦାପାଶ କଲା ବଲାଙ୍ଗିର ପୁଲିସ। ଅନଲାଇନ ବେଟିଂ ଗେମ ମାମଲାରେ ୫ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ୩ ଲ୍ୟାପଟପ, ବ୍ୟାଙ୍କ ପାସବୁକ ସହ ୧୮ ମୋବାଇଲ ଜବତ ହୋଇଛି। କଣ୍ଟାବାଞ୍ଜି ସହର ସହ ରାଜ୍ୟ ବାହାରେ ଅନଲାଇନ ବେଟିଂ ଗେମ ଚାଲିଥିଲା। ପୁଲିସ ଖବର ପାଇ ସେଠାରେ ଚଢ଼ାଉ ପରେ ୫ଜଣଙ୍କୁ ଗିରଫ କରିଥିଲା।