Breaking PLUSଦେଶ ବିଦେଶମୁଖ୍ୟ ଖବର

ଇରାନରେ 5ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଉଛି । ଇରାନର ରାଷ୍ଟ୍ରପତି ଭବନରେ ଥିବା ତାଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଦିଆଯାଇଛି। ଏହାର କାରଣ କେବଳ ଶୋକର ସଙ୍କେତ ନୁହେଁ, ବରଂ ଏକ ବିଶେଷ ଧାର୍ମିକ କାରଣ ମଧ୍ୟ। ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘୋଷଣା ପରେ ଇରାନର କ୍ୟାବିନେଟ୍ ଏକ ଜରୁରୀ କାଳୀନ ବୈଠକ ଡାକିଥିଲା ଏବଂ ଏହା ପରେ ସମବେଦନା ବାର୍ତ୍ତା ଦେଇ କହିଛି ଯେ ରାଇସି ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଏହି ରିପୋର୍ଟ ସହ ଏକ ଫଟୋ ଜାରି କରାଯାଇଛି, ଯେଉଁଥିରେ ରାଇସିଙ୍କ ଚେୟାରକୁ କଳା କପଡ଼ାରେ ଢାଙ୍କି ଟେବୁଲ ଉପରେ ତାଙ୍କ ଫଟୋ ରଖାଯାଇଛି।

Show More

Related Articles

Back to top button