Breaking PLUSଦେଶମୁଖ୍ୟ ଖବର

ଲକ୍ଷ୍ନୌ-ଆଗରା ଏକ୍ସପ୍ରେସ ୱେରେ ଦୁର୍ଘଟଣା, 5 ଡାକ୍ତର ମୃତ

ଲକ୍ଷ୍ନୌ-ଆଗରା ଏକ୍ସପ୍ରେସ ୱେରେ ବୁଧବାର ଭୋର ସମୟରେ ଭୟାବହ ସଡକ ଦୁର୍ଘଟଣାରେ 5 ଡାକ୍ତରଙ୍କ ମୃତ୍ୟୁ । ଡିଭାଇଡରକୁ ପିଟି ଟ୍ରକ୍ ସହ ଧକ୍କା ହେଲା କାର୍ । ଚାଲିଗଲା ୫ ଡାକ୍ତରଙ୍କ ଜୀବନ। ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ଓ୍ୱେରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସୈଫଇ ମେଡିକାଲ କଲେଜର ୫ ଜଣ ଡାକ୍ତର ମଙ୍ଗଳବାର ଦିନ କାର ଯୋଗେ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଲକ୍ଷ୍ନୌ ଯାଇଥିଲେ। ଆଜି ସକାଳେ ସେଠାରୁ ଫେରିବା ସମୟରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା। ଏତିକିବେଳେ ଲକ୍ଷ୍ନୌ ଆଡୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୫ ଜଣ ଡାକ୍ତରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଜଣେ ଆହତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Show More

Related Articles

Back to top button