ଦେଶସ୍ୱତନ୍ତ୍ର

ଆଜିଠୁ ୫ନିୟମରେ ହେଲା ପରିବର୍ତ୍ତନ

ପୂର୍ବ ସୂଚନା ମୁତାବକ ଆଜିଠୁ ୫ନିୟମରେ ହେଲା ପରିବର୍ତ୍ତନ । ଆଗାମୀ ଦିନରେ ଏହି ପରିବର୍ତ୍ତନ ଆପଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ । ତେଣୁ ସେହି ନିୟମ ଗୁଡ଼ିକୁ ଜାଣିବା ପ୍ରତ୍ୟେକ ଭାରତୀୟ ନାଗରିକ ଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ ।

– ଡିସେମ୍ବର ୧ ତାରିଖ ଠାରୁ ATM ରୁ ପଇସା କାଢିବା ନିୟମ ରେ ହୋଇପାରେ ପରିବର୍ତ୍ତନ । ତେଣୁ କୁହାଯାଉଛି ଯେ ଏହା ରୋଷେଇ ଘରକୁ ମଧ୍ୟ ପ୍ରଭାବିତ କରିପାରେ ।

– LPG ସିଲିଣ୍ଡର ର ନୂଆ ଦର ଜାରି ହୋଇପାରେ । ପ୍ରତ୍ୟେକ ମାସ ର ୧ତାରିଖ ରେ ଏହାର ନୂଆ ନିୟମ ଜାରି କରାଯାଇ ଥାଏ ।

– ଆଜିଠାରୁ ଆଉ ପେନସନ ଭୋକ୍ତା ଆଉ ଲାଇଫ ସାର୍ଟିଫିକେଟ ଦେଇ ପାରିବେ ନାହିଁ । କାରଣ ନଭେମ୍ବର ୩୦ ତାରିଖ ଶେଷ ତାରିଖ ଥିଲା ।

– RBI ରିଟେଲ ୟୁଜ ପାଇଁ ଡିସେମ୍ବର ୧ତାରିଖ ରୁ ଡିଜିଟାଲ Rupee ର ପାଇଲଟ ଲଂଚ କରାଯିବ ।

– ଶୀତ ଦିନରେ ଥଣ୍ଡା କାରଣରୁ ଟ୍ରେନ ଟାଇମ୍ ଟେବୁଲ୍ ରେ ପରିବର୍ତ୍ତନ ହୋଇପାରେ । କୁହୁଡି କାରଣରୁ ଏହି ସମୟ ରେ ପରିବର୍ତ୍ତନ ହୋଇପାରେ ।

– ପଞ୍ଜାବ ନେସନାଲ ବ୍ୟାଙ୍କ୍ ATM ରୁ ପଇସା ଡ୍ର କରିବା ପାଇଁ ଓଟିପି ଆବଶ୍ୟକତା ପଡିପାରେ ।

– RBI ପକ୍ଷରୁ ଜାରି ହୋଇଥିବା ଛୁଟି ତାଲିକା ରେ ୧୩ ଦିନ ର ଛୁଟି ରହିଛି । ଏହାଛଡା ଅନ୍ୟ ଲୋକାଲ ଛୁଟି ରାଜ୍ୟ ଗୁଡ଼ିକ ରେ ରହିବ

Show More

Related Articles

Back to top button