Breaking PLUSଦେଶମୁଖ୍ୟ ଖବର

କୁଲଗାମରେ ଏନକାଉଣ୍ଟରରେ ଟଳିଲେ 5 ଆତଙ୍କବାଦୀ

ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ଶରୀରରେ ଗୁଳି ବାଜିଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁଲଗାମ ଜିଲାର ବେହିବାଗ ଥାନା ଅନ୍ତର୍ଗତ କଦ୍ଦେର ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା, ଯେଉଁଥିରେ ୫ ଆତଙ୍କୀ ନିପାତ ହୋଇଥିଲେ।

Show More

Related Articles

Back to top button