Breaking PLUSଦେଶ ବିଦେଶମୁଖ୍ୟ ଖବର

ଇସ୍ରାଏଲ ଆକ୍ରମଣରେ 5ଶହ ମୃତ

ବେରୁଟ୍‌ : ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ବଡ ଧରଣର ଆକ୍ରମଣ କରିଛି। ଲେବାନନ୍‌ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ ୫୮ ମହିଳା ଥିବା ସୂଚନା ରହିଛି। ପାଖାପାଖି ୨୦୦୦ ଲୋକେ ଗୁରୁତର ହୋଇଛନ୍ତି। ଲେବାନନ୍‌ର ଏପରି ଅଭିଯୋଗ ପରେ ଇସ୍ରାଏଲ ସେନା ସଧାରଣ ନାଗରିକଙ୍କୁ ସ୍ଥାନ ଛାଡି ଚାଲିଯିବାକୁ କହିଛି। ଇସ୍ରାଏଲ କହିଛି ଯେ ଦକ୍ଷିଣ ଲେବାନନ୍‌ରେ ରହୁଥିବା ସାଧାରଣ ନାଗରିକ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ। ବିଶେଷକରି ହେଜବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିଥିବା ସ୍ଥାନ ଓ ଘରଦ୍ବାରକୁ ଛାଡି ଦିଅନ୍ତୁ କାରଣ ଆଗାମୀ ଦିନରେ ହେଜବୋଲ୍ଲା ବିରୋଧରେ ବଡ ଧରଣର ଆକ୍ରମଣ ହେବ। ଇସ୍ରାଏଲ ସେନା କହିଛି ଯେ ଲେବାନନ୍‌ର ପ୍ରାୟ ୩୦୦ଟି ସ୍ଥାନକୁ ନିଶାଣ କରି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button