Breaking PLUSଓଡ଼ିଶାମୁଖ୍ୟ ଖବର
୫ବର୍ଷରେ ୫ହଜାର ମିଶନ ଶକ୍ତି ବଜାର

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଶନ ଶକ୍ତି ମାଆଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ବିନା ସୁଧରେ ୧୦ଲକ୍ଷ ଟଙ୍କା ଯାଏ ଋଣ ଦିଆଯିବ। ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତିି ଲିଡରଙ୍କୁ ୭୩୦କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସୁଧ ଫେରସ୍ତ ବାବଦକୁ ୧୪୫କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ମିଶନ ଶକ୍ତି ବଜାର ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଆମାନଙ୍କ ପାଇଁ ଆଗାମି ୫ବର୍ଷରେ ୫ହଜାର ମିଶନ ଶକ୍ତି ବଜାର ଖୋଲାଯିବ। ଆସନ୍ତା ୫ ବର୍ଷରେ ମିଶନ ଶକ୍ତି ମା’ଙ୍କୁ ୭୫ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ । ସେପଟେ ଆଜି ସଂଧ୍ୟାରେ ଉଦଘାଟିତ ହେବ ମିଶନ ଶକ୍ତି ବଜାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜାରକୁ ଉଦଘାଟନ କରିବେ।