
ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍ ଏବଂ ଦେଶର ସର୍ବବୃହତ ସଫ୍ଟୱେର୍ କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍) ଦେଶରେ 5G ନେଟୱାର୍କ ସଲ୍ୟୁସନ ପାଇଁ ରଣନୀତିକ ଭାଗିଦାରୀ କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀରୁ 5G ନେଟୱାର୍କ ଲଞ୍ଚ କରିବାକୁ ଏୟାରଟେଲ TCS ର ସଲ୍ୟୁସନ ଟ୍ରାଏଲ ଆରମ୍ଭ କରିବ। କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ପରୀକ୍ଷା କରାଯିବ। ଟାଟା ଗ୍ରୁପ୍ O-RAN ଆଧାରିତ ରେଡିଓ ଏବଂ NSA / SA କୋର ବିକଶିତ କରିଛି । ଯାହା ଏକ ସ୍ୱଦେଶୀ ନିର୍ମିତ ଟେଲିକମ୍ ଷ୍ଟେକ ସହ ଇଣ୍ଟିଗ୍ରେଟ କରାଯାଇଛି। ଏହି ସହଭାଗୀତାରେ, TCS ଏହାର ଗ୍ଲୋବାଲ୍ ସିଷ୍ଟମ୍ ଇଣ୍ଟିଗ୍ରେସନ୍ ଏକ୍ସପଟାଇଜ ସହିତ ଉଭୟ 3GPP ଏବଂ O-RAN ମାନକ ପାଇଁ ଏଣ୍ଡ-ଟୁ-ଏଣ୍ଡ ସମାଧାନ ବିକାଶ କରିବାରେ ସାହାଯ୍ୟ କରିବ। ଚଳିତ ବର୍ଷ ଆରମ୍ଭରେ ନିଜର ଲାଇଭ ନେଟୱାର୍କରେ 5G ପ୍ରଦର୍ଶନ କରିବାରେ ଦେଶର ପ୍ରଥମ କମ୍ପାନୀ ଥିଲା।
କମ୍ପାନୀ ଟେଲିକମ୍ ବିଭାଗ ତରଫରୁ ଆବଣ୍ଟିତ ସ୍ପେକ୍ଟ୍ରମ୍ ସାହାଯ୍ୟରେ ବଡ ସହରରେ 5G ଟ୍ରାଏଲ ଆରମ୍ଭ କରିଛି।ଭାରତୀ ଏୟାରଟେଲର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ (ଭାରତ ଏବଂ ଦକ୍ଷିଣ ଏସିଆ) ଗୋପାବ ବିଟ୍ଠଲ କହିଛନ୍ତି, “ଟାଟା ଗ୍ରୁପ୍ ସହ ଭାଗିଦାରୀ କରି ଆମେ ଖୁସି। ଆମେ ଦେଶକୁ 5G ଏବଂ ଏହା ସହ ଜଡିତ ଟେକ୍ନୋଲୋଜି ପାଇଁ ବିଶ୍ୱସ୍ତରୀୟ ହବ୍ ପ୍ରସ୍ତୁତ କରିବୁ। ଟିସିଏସ ଚିଫ ଅପରେଟିଙ୍ଗ ଅଫିସର ଏନ ଗଣପତି ସୁବ୍ରମଣ୍ୟମ୍ କହିଛନ୍ତି, “ଆମେ 5G ଏବଂ ଏହା ସହ ଜଡିତ ସମ୍ଭାବନାକୁ ନେଇ ଉତ୍ସାହିତ। ଆମେ ଏକ ବିଶ୍ୱ ସ୍ତରୀୟ ନେଟୱାର୍କିଂ ଉପକରଣ ଏବଂ ସମାଧାନ ବ୍ୟବସାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ।ଭାରତରେ ସେବା ଆରମ୍ଭ ହେବା ମାତ୍ରେ, ବର୍ଷେ ମଧ୍ୟରେ ୪ କୋଟି ଲୋକ 5G ସେବା ଗ୍ରହଣ କରିବେ ଏବଂ ଲୋକେ 5G ପାଇଁ ଅଧିକ ବିଲ୍ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ନିକଟରେ ଏରିକ୍ସନ୍ ଏକ ରିପୋର୍ଟରେ ଏହି ଦାବି କରିଥିଲେ। ଏରିକ୍ସନଙ୍କ ରିପୋର୍ଟ ଅନୁଯାୟୀ, 5G ସେବା ଆରମ୍ଭ ହେବାର ବର୍ଷେ ମଧ୍ୟରେ ୪ କୋଟି ଲୋକ ଏହି ସେବା ବ୍ୟବହାର କରିବା ଆରମ୍ଭ କରିବେ। ରିପୋର୍ଟ ଅନୁଯାୟୀ, ପ୍ରାୟ ୬୭ ପ୍ରତିଶତ ଲୋକ 5G ସେବା ଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି। ଆହୁରି ମଧ୍ୟ, ୫୦ ପ୍ରତିଶତ ଲୋକ ଏହି ସେବା ପାଇଁ ଅଧିକ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି। ୭୦ ପ୍ରତିଶତ ଲୋକ ଆଶା ରଖିଛନ୍ତି ଯେ 5G ର ସ୍ପିଡ଼ ଭଲ ରହିବ।