ଖୁବ୍ଶୀଘ୍ର କଟକ ସହରାଞ୍ଚଳ ପୁଲିସରେ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି। ଇନ୍ସପେକ୍ଟର ସ୍ତରରେ ୬ଟି ଥାନାର ଅଧିକାରୀଙ୍କୁ ହେବ ଏହି ଅଦଳବଦଳ । ଏଥିସହିତ ଦୁଇ ଥାନାରେ ଖାଲିଥିବା ଇନ୍ସପେକ୍ଟର ପଦବିରେ ମଧ୍ୟ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଏନେଇ କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଖୋଦ୍ ପୁଲିସ ବିଭାଗ ମଧ୍ୟରେ ଆଲୋଚନା ହେଉଛି । ନୂଆ ବର୍ଷ ପୂର୍ବରୁ ଏସବୁ ଥାନାରେ ବଦଳି ସହିତ ଦାୟିତ୍ୱ ନେବା ପ୍ରକିୟା ଶେଷ ହେବ
ସୂଚନା ଅନୁଯାୟୀ, ଅବଳବଦଳ ହେବା ସ୍ଥିତିରେ ଥିବା ଥାନାଗୁଡ଼ିକ ମଧ୍ୟରେ ବିଡ଼ାନାସୀ, ଦରଘାବଜାର, ମହିଳା ଥାନା, ଚୌଦ୍ୱାର, ମଧୁପାଟଣା ଓ ଜଗତପୁର।ଏହିସବୁ ଥାନାରେ ଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣ ଇନ୍ସପେକ୍ଟରଙ୍କର ନିଯୁକ୍ତି ସମୟ ୩ ବର୍ଷରୁ ଅଧିକ ହେଲାଣି । ଆଉ କେତେଜଣ ଇନ୍ସପେକ୍ଟରଙ୍କର କଟକରେ ୫ ବର୍ଷରୁ ଅଧିକ ସମୟ ହୋଇଗଲାଣି। ତେଣୁ ଏହି ଅଧିକାରୀଙ୍କ ମଧ୍ୟରୁ କେତେକଙ୍କୁ କଟକର ଅନ୍ୟ ଥାନା କିମ୍ବା ଡିସିପିଙ୍କ ଅଫିସରେ ଅବସ୍ଥାପିତ କରାଯିବାକୁ ଥିବାବେଳେ ଆଉ କେତେଜଣ ଭୁବନେଶ୍ୱରକୁ ଯିବେ।
ସେହିପରି ସିପିଙ୍କ କାର୍ଯ୍ୟାଳୟରେ ଥିବା କିଛି ନୂଆ ଇନ୍ସପେକ୍ଟର, କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା କିଛି ଇନ୍ସପେକ୍ଟର ଓ କଟକର କିଛି ଥାନାରେ ଅତିରିକ୍ତ ଥାନା ଅଧିକାରୀ ଥିବା କିଛି ଇନ୍ସପେକ୍ଟରଙ୍କୁ ଥାନାର ଭାର ପ୍ରଦାନ କରାଯିବା ନେଇ ଚର୍ଚ୍ଚା ହେଉଛି ।