Breaking PLUSଓଡ଼ିଶାମୁଖ୍ୟ ଖବର

ଅଟୋ ଓଲଟି ୬ ଛାତ୍ରଛାତ୍ରୀ ଆହତ

ଅଟୋ ଓଲଟି ୬ ଛାତ୍ରଛାତ୍ରୀ ଆହତ। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା, କଳିହା ଏବଂ ଗଣ୍ଡିବେଡ ଗାଁରୁ ଏକ ଅଟୋ ଆଦର୍ଶ ବିଦ୍ୟାଳୟର କିଛି ଛାତ୍ରଛାତ୍ରୀଙ୍କୁ ନେଇ ଅର୍ଜୁନପୁରସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଅଟୋଟି କୁପାରୀ ରାସ୍ତା ନିକଟରେ ଓଲଟି ପଡିଥିଲା। ଦୁର୍ଘଟଣାରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସୋର ଖଇରା ରାସ୍ତା ଦୂରାବସ୍ଥା ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

Show More

Related Articles

Back to top button