Breaking PLUSଓଡ଼ିଶାମୁଖ୍ୟ ଖବର
କଟକ ନୂଆପଡ଼ା ପୋଲିସକୁ ଆକ୍ରମଣ ଘଟଣା, ୬୭ ଜଣ ବସ୍ତିବାସିନ୍ଦାଙ୍କୁ ଗିରଫ କଲା ପୋଲିସ
କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ସିଏମିସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି ।

କାଳବୈଶାଖୀ ଜନିତ ବର୍ଷା ପବନରେ କଟକ ନୂଆପଡ଼ା ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ସିଏମିସି କର୍ମଚାରୀ ଓ ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ୬୭ ଜଣ ବସ୍ତି ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଆକ୍ରମଣ ଅଭିଯୋଗରେ ସେମାନଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ । ସେମାନଙ୍କ ଭିତରେ ୧୫ ଜଣ ମହିଳା ଅଛନ୍ତି । ୬୭ ଜଣଙ୍କ ନାଁରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି ।
ଦୁଇ ଦିନ ତଳେ କାଳବୈଶାଖି ଜନିତ ବର୍ଷା ପବନରେ ବାଲିସାହିରେ ବସ୍ତି ବାସିନ୍ଦାଙ୍କ ଅସ୍ଥାୟୀ ଟେଷ୍ଟ ଉଡ଼ିଯିବା ସହ ଭାଙ୍ଗି ଯାଇଥିଲା । ଏହି ଘଟଣାରେ ତାତିଥିଲେ ଲୋକ । ପାଖରେ ଥିବା ସିଏମସି ଓ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ । ବେଶ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ଥାନାରେ ମାମଲା ପରେ ଗିରଫ କରିଛି ପୋଲିସ ।