Breaking PLUSଦେଶମୁଖ୍ୟ ଖବର
ଟ୍ରକ-କାର ଧକ୍କାରେ 7 ମୃତ

ଗୁଜରାଟ- ଦୁର୍ଘଟଣା ନେଲା 7 ଜୀବନ । ଗୁଜରାଟର ସାବରକଣ୍ଟା ଜିଲାରେ ହିମ୍ମତନଗର ନିକଟରେ ବୁଧବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ-କାର୍ ଧକ୍କା ହୋଇ ଦୁର୍ଘଟଣାରେ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକକୁ ପଛପଟୁ ଏକ ଦ୍ରୁତ ଗତି କାର୍ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି । ସମସ୍ତ ମୃତକ ଅହମଦାବାଦର ବାସିନ୍ଦା ।