Breaking PLUSଓଡ଼ିଶାମୁଖ୍ୟ ଖବର
୧୦ବର୍ଷରେ ଯାଇଛି ୭୧୯ଟି ହାତୀଙ୍କ ଜୀବନ-ମନ୍ତ୍ରୀ

ଭୁବନେଶ୍ୱର- ଗତ ୧୦ବର୍ଷରେ ହାତୀ ନେଇଛନ୍ତି ୧୧୪୫ ଜଣଙ୍କ ଜୀବନ। ୨୦୧୩-୧୪ରୁ ୨୦୨୩-୨୪ ଭିତରେ ହାତୀ ମଣିଷ ଲଢେଇରେ ୧୧୪୫ଲୋକଙ୍କ ମୃତ୍ୟୁ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ମନ୍ତ୍ରୀ ଉତ୍ତର ରଖିବା ସହ କହିଛନ୍ତି ଯେ ୪୧ଟି ହାତୀକୁ ମାରିଛନ୍ତି ଶିକାରୀ। ଗତ ୧୦ବର୍ଷରେ ବିଭିନ୍ନ କାରଣ ପାଇଁ ୭୧୯ଟି ହାତୀ ପ୍ରାଣ ହରାଇଛନ୍ତି।