Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 7303 ମତଦାନ କେନ୍ଦ୍ର

ଭୁବନେଶ୍ୱର- ଆସନ୍ତା ୧୩ରେ ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭ହଜାର ୩୦୩ଟି ମତଦାନ କେନ୍ଦ୍ର ହୋଇଥିବା ବେଳେ ୭୪୮ଟି ସହରାଞ୍ଚଳ ଓ ୬ ହଜାର ୫୫୫ଟି ଗ୍ରାମାଞ୍ଚଳରେ ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪ ଲକ୍ଷ ୮୦ ହଜାର ୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭ ଲକ୍ଷ ୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧ ଲକ୍ଷ ୭୩ ହଜାର ୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨ ଲକ୍ଷ ୬୧ ହଜାର ୭୦୮ ଜଣ ମତଦାତା ରହିଛନ୍ତି। ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯ ହଜାର ୯୯୫ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ୱ ମତଦାତା, ୧ ହଜାର ୨୯୪ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬ ହଜାର ୨୯୬ ଜଣ ସର୍ଭିସ୍ ଭୋଟର ରହିଛନ୍ତି।