Breaking PLUSଦେଶମୁଖ୍ୟ ଖବର
ପିଏମ ସୂର୍ଯ୍ୟ ଘର ଯୋଜନା ପାଇଁ ୭୫ ହଜାର ୨୧ କୋଟି ଟଙ୍କା ମଂଜୁର

ଏକ କୋଟି ଘରେ ଛାତ ଉପରେ ସୌର ସ୍ଥାପନ ପାଇଁ ପିଏମ-ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଏଥିପାଇଁ ୭୫ ହଜାର ୨୧ କୋଟି ଟଙ୍କା ଖର୍ଚ୍ଚ ହେବ। ଫେବ୍ରୁଆରି ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆଦିଲ୍ଲୀରେ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଏକ କୋଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ। ଏହାଦ୍ୱାରା ଗ୍ରାହକମାନେ ୧୫ ହଜାର ଟଙ୍କା ରୋଜଗାର କରିପାରିବେ।ଖରିଫ ଋତୁ ପାଇଁ ଫସଫେଟିକ୍ ଏବଂ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ହାରକୁ ମଧ୍ୟ ସରକାର ଅନୁମୋଦନ କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ମୁଖ୍ୟାଳୟ ସହିତ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ ପ୍ରତିଷ୍ଠାକୁ ମଧ୍ୟ କେନ୍ଦ୍ର ଅନୁମୋଦନ କରିଛି। ଏହା ଅଧୀନରେ ଆସନ୍ତା ପାଞ୍ଚ ବର୍ଷ ପାଇଁ ୧୫୦ କୋଟି ଟଙ୍କାର ସହାୟତା ମଞ୍ଜୁର କରାଯାଇଛି।