ଆଗକୁ ଆସୁଛି ଦୀପାବଳି । ତେଣୁ ଭାରତୀୟ ଯୁବକଙ୍କୁ ପ୍ରଧାନମନ୍ତ୍ରୀ ଦୀପାବଳୀ ଭେଟି ଦେବାକୁ ଯାଉଛନ୍ତି। ଅକ୍ଟୋବର ୨୨ରେ ୭୫ ହଜାର ଯୁବକଙ୍କୁ ଦେବେ ଚାକିରି । ଏଥିପାଇଁ ଭିଡିଓ କନଫରେନ୍ସ ଜରିଆରେ ଦେଶର ଯୁବକମାନଙ୍କ ସହିତ ସଂଯୋଗ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ୭୫ ହଜାର ଯୁବକଙ୍କୁ ଚାକିରି ପ୍ରମାଣପତ୍ର ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଦେଶର ବିଭିନ୍ନ ସହରର କେନ୍ଦ୍ର ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ,ଳିତ ବର୍ଷ ଜୁନ୍ ମାସରେ, ସମସ୍ତ ବିଭାଗ ଏବଂ ମନ୍ତ୍ରଣାଳୟର ସମୀକ୍ଷା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ ଯେ ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ଚାକିରି ଦେବେ । ପିଏମ ମୋଦୀଙ୍କ ଘୋଷଣା ପରେ ମିଶନ ମୋଡରେ ଏହି ଦିଗରେ କାର୍ୟ୍ୟ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସମାନ ସଂଯୋଗରେ ପ୍ରଧାନମନ୍ତ୍ରୀ ୭୫,୦୦୦ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଓଡ଼ିଶା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜୁରାଟର ମାନସୁଖ ମାଣ୍ଡଭିଆ, ଚଣ୍ଡିଗଡ଼ରୁ ଅନୁରାଗ ଠାକୁର, ମହାରାଷ୍ଟ୍ରର ପୀୟୁଷ ଗୋୟଲ ଯୋଗଦେବେ। ଏହା ବ୍ୟତୀତ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ବିଭିନ୍ନ ସହରରୁ ଯୋଗଦେବେ। ସମସ୍ତ ସାଂସଦ ସେମାନଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଏହି କାର୍ୟ୍ୟକ୍ରମରେ ଯୋଗଦେବେ।