Breaking PLUSଓଡ଼ିଶାମୁଖ୍ୟ ଖବର

୭୬ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଆଜି ସାରା ଦେଶରେ ପାଳନ ହେଉଛି ୭୬ତମ ସାଧାରଣତନ୍ତ୍ର ଦିବସ। ଏହି ଦିନକୁ ନେଇ ସବୁଠି ଆନନ୍ଦ, ଉତ୍ସାହ ଓ ଉଲ୍ଲାସ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ଵର ଗାନ୍ଧୀ ମାର୍ଗରେ ବ୍ୟାପକ ଆୟୋଜନ କରାଯାଇଛି। ୪୯ ମାର୍ଚ୍ଚିଂ କଣ୍ଟିଜେଣ୍ଟ ସହ ଡେୟାରଡେଭିଲ୍ ସୋ ପ୍ରଦର୍ଶିତ ହେବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ପରେଡରେ ଅଭିବାଦନ ଗ୍ରହଣ କରିବେ। ପରେଡରେ ସାମିଲ ହେବେ ସିଆରପିଏଫ୍ , ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୫୦ ଟ୍ରୁପ୍। ସେପଟେ କଟକରେ ପତାକା ଉତ୍ତୋଳନ କରିବେ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହସହ ମିଳିତ ପରେଡ଼ର ଅଭିବାଦନ ଗ୍ରହଣ କରିବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପୁରୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଖୋର୍ଦ୍ଧାଠାରେ ପତାକା ଉତ୍ତୋଳନ କରିବେ। ସେହିପରି ମନ୍ତ୍ରୀ ସୁରେଶ ପୂଜାରୀ ସୁନ୍ଦରଗଡ଼଼, ରବି ନାରାୟଣ ନାଏକ ସୁବର୍ଣ୍ଣପୁର, ନିତ୍ୟାନନ୍ଦ ଗଣ୍ଡ କୋରାପୁଟ, କୃଷ୍ଣଚନ୍ଦ୍ର ପାତ୍ର ଜଗତସିଂହପୁର, ପୃଥ୍ବୀରାଜ ହରିଚନ୍ଦନ ଯାଜପୁର, ମୁକେଶ ମହାଲିଙ୍ଗ ରାୟଗଡ଼ା, ବିଭୁତି ଭୂଷଣ ଜେନା ଗଜପତି, କୃଷ୍ଣଚନ୍ଦ୍ର ମହାପାତ୍ର ବାଲେଶ୍ବର, ଗଣେଶ ରାମସିଂ ଖୁଣ୍ଟିଆ କେନ୍ଦୁଝର, ସୂର୍ଯ୍ୟବଂଶୀ ସୂରଜ ନୂଆପଡ଼ା, ପ୍ରଦୀପ ବଳ ସାମନ୍ତ ଢେଙ୍କାନାଳ, ଗୋକୁଳାନନ୍ଦ ମଲ୍ଲିକ ମାଲକାନଗିରି ଏବଂ ସମ୍ପଦ ଚନ୍ଦ୍ର ସ୍ବାଇଁ ନୟାଗଡ଼ରେ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ।

Show More

Related Articles

Back to top button