Breaking PLUSଓଡ଼ିଶାମୁଖ୍ୟ ଖବର
ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା
ଭୁବନେଶ୍ୱର- ଅଯୋଗ୍ୟ କାଳିଆ ହିତାଧିକାରୀ ନେଇଗଲେ ୭୮୨ କୋଟି ଟଙ୍କା । କାଳିଆ ନେଇ ସିଏଜି ରିପୋର୍ଟରେ ଆଖି ତରାଟିଲା ଭଳି ତଥ୍ୟ । ୨୦୧୯ରୁ ୨୧ ମଧ୍ୟରେ ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେଇଥିଲେ । ୪୧.୬୪ ଲକ୍ଷ ହିତାଧିକାରୀଙ୍କୁ ୩ ଥର, ୮.୦୯ ଲକ୍ଷଙ୍କୁ ୨ ଥର ଟଙ୍କା ମିଳିଛି । ୧୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ କେବଳ ଥରଟିଏ କିସ୍ତି ଟଙ୍କା ମିଳିଛି । ଯୋଜନା କାର୍ଯ୍ୟକାରୀ ବେଳେ ୯.୭୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମିଳିଥିଲେ । ପରେ ଡାଟାବେସ୍ ବିଶ୍ମେଷଣ ବେଳେ ଆଉ ୨.୯୬ ଲକ୍ଷ ଅଯୋଗ୍ୟ ମିଳିଥିଲେ । ଏମିତି ମୋଟ ୧୨.୭୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ କିସ୍ତି ପାଇଯାଇଥିଲେ ।ଏହି ୧୨ ଲକ୍ଷ ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ନେଇଯାଇଥିଲେ । ସେମିତି ତାଲିମ ନଦେଇ ୧୪.୦୪ ଭୂମିହୀନ କୃଷି ଶ୍ରମିକଙ୍କୁ ଟଙ୍କା ଦେଇଥିଲେ ।୧୪.୦୪ ଭୂମିହୀନ କୃଷି ଶ୍ରମିକ ୩ଟି କିସ୍ତି ଟଙ୍କା ପାଇଯାଇଥିଲେ ।