Breaking PLUSଓଡ଼ିଶାମୁଖ୍ୟ ଖବର
ବାସୁଦେବପୁର ଥାନାରେ ୮ ଜଣ ବାଂଲାଦେଶୀ ଅଟକ

ଭଦ୍ରକ: ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା କଡ଼ାକଡ଼ି ହୋଇଛି । ୩୪୬ ଜଣଙ୍କ ମଧ୍ୟରୁ ୩୩୮ ଜଣଙ୍କ କାଗଜପତ୍ର ଯାଞ୍ଚ କରାଯାଉଛି । ବାସୁଦେବପୁର ଥାନାରେ ୮ ଜଣ ବାଂଲାଦେଶୀ ଅଟକ । ଜିଲ୍ଲାର ୧୯ ଥାନା ଓ ୭ଟି ଫାଣ୍ଡି ଅଂଚଳରେ ଯାଞ୍ଚ କଡ଼ାକଡ଼ି । କଶିଆ, ଚୁଡାମଣୀ ଓ ଧାମରା ମେରାଇନ୍ ଥାନା ଅଂଚଳରେ ଯାଞ୍ଚ । ସମସ୍ତଙ୍କ ଆଧାର କାର୍ଡ ଓ ମୋବାଇଲ ଫୋନକୁ କରାଯାଉଛି ଯାଞ୍ଚ ।



