Breaking PLUSଓଡ଼ିଶାମୁଖ୍ୟ ଖବର

ଏବେ ସୁଦ୍ଧା ସୁଭଦ୍ରାରେ 92ଲକ୍ଷ ଆବେଦନ

ଭୁବନେଶ୍ୱର- ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ଆବେଦନ କରି ସାରିଲେଣି। ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ଆଉ ଏକ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ। ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦେଇ ସାରିଛୁ ।୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ୧ କୋଟି ମହିଳାଙ୍କୁ ସୁନିଶ୍ଚିତ ଟଙ୍କା ମିଳିବ। ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତିି ସମସ୍ତ ହିତାଧିକାରୀଙ୍କୁ ଦିଆଯିବ। ମାତ୍ର ୨ୟ କିସ୍ତି ଏକକାଳୀନ ମହିଳା ଦିବସରେ ପ୍ରଦାନ କରାଯିବ। କିଏ ଆଗରେ ପାଉଛି, କିଏ ପରେ ମାତ୍ର ସମସ୍ତେ ନିଶ୍ଚିତ ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Show More

Related Articles

Back to top button