ବାଣିଜ୍ୟ
ବଢିଲା ସୁନା ଓ ରୁପା ଦର
କିଛି ଦିନ ଧରି କମିବା ପରେ ଦେଶରେ ସୁନା ଓ ରୁପା ଦର ପୁଣି ବଢିଚାଲିଛି । ସୋମବାରଦିନ ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୪୧୧ ଟଙ୍କା ବୃଦ୍ଧି ପାଇ ୪୭,୨୯୧ ଟଙ୍କାରେ ପହଞ୍ଚିଛି । ସେହିପରି ରୁପା କିଲୋଗ୍ରାମ ପିଛା ୩୩୮ ଟଙ୍କା ବୃଦ୍ଧି ପାଇ ୬୮,୩୩୫ ଟଙ୍କାକୁ ବୃଦ୍ଧି ପାଇଛି

ସମଗ୍ର ବିଶ୍ବରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ପୁଞ୍ଜି ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି । ଏହା ଫଳରେ ନିବେଶକମାନେ ଷ୍ଟକବଜାରରେ ନିବେଶ କରିବା ଅପେକ୍ଷା ବୁଲିୟନ (ସୁନା,ରୁପା)ରେ ନିବେଶକୁ ସୁରକ୍ଷିତ ମନେ କରୁଛନ୍ତି । ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାଦର ବୃଦ୍ଧି ପାଉଛି ।
ସେହିପରି ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଫଳରେ ମଧ୍ୟ ଘରୋଇ ବଜାରରେ ସୁନା ଦର ବୃଦ୍ଧି ପାଉଛି ।ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୭୮୭ ଡଲାରକୁ ବୃଦ୍ଧି ପାଇଥିବାବେଳେ ରୁପା ଆଉନ୍ସ ପିଛା ୨୬.୦୮ ଡଲାରକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ଗୋଟିଏ ଆଉନ୍ସ ହେଉଛି ୨୮.୩୪ ଗ୍ରାମ ।ଅନ୍ୟପକ୍ଷରେ ସୋମବାର କାରବାର ଆରମ୍ଭ ବେଳକୁ ଡଲାର ତୁଳନାରେ ଟଙ୍କାମୂଲ୍ୟ ୫୨ ପଇସା ଅବନତି ଘଟି ୭୪.୮୭ରେ ପହଞ୍ଚିଛି ।