Breaking PLUSଦେଶବାଣିଜ୍ୟରାଜନୀତି

ସୁନା କିଣିବାରୁ ବିରତ ରୁହନ୍ତୁ, ଆଉ ବର୍ଷେ ମୋଦୀଙ୍କ ଅପିଲ୍‌

ଲକ୍ଷ୍ନୌ: ଅତି ଜରୁରୀ ନଥିଲେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ସୁନା ନ କିଣିବାକୁ ଦେଶବାସୀଙ୍କୁ ପୁଣିଥରେ ଅପିଲ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲକ୍ଷ୍ନୌରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ସେ କହିଛନ୍ତି, ପୂର୍ବରୁ ତାଙ୍କ ଅନୁରୋଧକୁ ଗ୍ରହଣ କରି ଦେଶବାସୀ ସୁନା କିଣିବା କମାଇଥିବାରୁ ଦେଶର ଅର୍ଥ ସଞ୍ଚୟ ହୋଇଛି।

ପ୍ରଧାନମନ୍ତ୍ରୀ କହିଥିଲେ, ଗତବର୍ଷ ଅତି ଆବଶ୍ୟକ ନଥିଲେ ସୁନା ନ କିଣିବାକୁ ସେ ଅନୁରୋଧ କରିଥିଲେ। ଲାଲବାହାଦୁର ଶାସ୍ତ୍ରୀଙ୍କ ଆହ୍ୱାନରେ ଦେଶବାସୀ ଯେପରି ଉପବାସ ପାଳନ କରିଥିଲେ, ସେହିପରି ତାଙ୍କ ଅନୁରୋଧକୁ ମଧ୍ୟ ଲୋକେ ଗ୍ରହଣ କରିଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ମୋଦୀ କହିଥିଲେ, ଆଇଆଇଟି ଛାତ୍ରଛାତ୍ରୀଙ୍କ ଭଳି ଆଇଟିଆଇରେ ପଢ଼ୁଥିବା ଯୁବକଯୁବତୀଙ୍କୁ ମଧ୍ୟ ସମାନ ସମ୍ମାନ ମିଳିବା ଆବଶ୍ୟକ। ଆଇଆଇଟି ହେଉ କି ଆଇଟିଆଇ, ଉଭୟ ଦେଶର ସମ୍ପତ୍ତି ଓ ଭବିଷ୍ୟତ ବୋଲି ସେ ମତ ଦେଇଥିଲେ।

ଆଇଟିଆଇ ଛାତ୍ରଛାତ୍ରୀଙ୍କ ଉତ୍ସାହ, ପୋଷାକ ଓ ଆତ୍ମବିଶ୍ୱାସର ପ୍ରଶଂସା କରିବା ସହ ସେମାନଙ୍କୁ ସାର୍ଟିଫିକେଟ୍‌ ପ୍ରଦାନ କରିବା ନିଜ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

Show More

Related Articles

Back to top button