Breaking PLUSଓଡ଼ିଶାବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି
ନବୀନ, ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତର ହେବ ତଦନ୍ତ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନ ଏବଂ ଆଇପିଏସ୍ ଅଧିକାରୀ ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ହେବ। ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ସେମାନଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହି ତଦନ୍ତ କରିବେ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ବିଭିନ୍ନ ସାମାଜିକ କର୍ମୀ ଏହି ବିଦେଶ ଗସ୍ତକୁ ନେଇ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ, ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ଅସ୍ପଷ୍ଟ ଓ ଅସମ୍ପୂର୍ଣ୍ଣ ରହିଛି। ଆର୍ଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟରେ ମଧ୍ୟ ତାଳମେଳ ନଥିବା ସେମାନେ ଦାବି କରିଛନ୍ତି।
ଏହି ଅଭିଯୋଗଗୁଡ଼ିକର ଯାଞ୍ଚ କରି ବିଦେଶ ଗସ୍ତର ପ୍ରକୃତ ତଥ୍ୟ ଓ ଖର୍ଚ୍ଚ ସମ୍ପର୍କରେ ସ୍ପଷ୍ଟତା ଆଣିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।



