Breaking PLUSଦେଶମୁଖ୍ୟ ଖବର

ମା’ଙ୍କୁ ଶେଷ ଦର୍ଶନ କଲେ ଯୋଗୀ, ଶନିବାର ଅନ୍ତିମ ସଂସ୍କାର

ପୌଡ଼ି ଗଡ଼ୱାଲ: ମା’ ସାବିତ୍ରୀ ଦେବୀଙ୍କ ଦେହାନ୍ତ ଖବର ପାଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଉତ୍ତରାଖଣ୍ଡର ପୈତୃକ ଗାଁ ପଞ୍ଚୁରରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ମା’ଙ୍କ ମରଶରୀରରେ ପୁଷ୍ପାଞ୍ଜଳି ଅର୍ପଣ କରିବା ବେଳେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ଏହାସହ ସୋସିଆଲ ମିଡିଆ ‘ଏକ୍ସ’ରେ ମା’ଙ୍କ ଫଟୋ ସହ ‘ମା’… ଓମ୍ ଶାନ୍ତି’ ବୋଲି ଲେଖି ଶୋକ ପ୍ରକାଶ କରିଛନ୍ତି।

୯୧ ବର୍ଷ ବୟସରେ ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ପଞ୍ଚୁର ଗାଁରେ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଛି। ସାନ ପୁଅ ମହେନ୍ଦ୍ର ସିଂ ବିଷ୍ଟଙ୍କ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ତାଙ୍କୁ ଶ୍ୱାସକ୍ରିୟାରେ ସମସ୍ୟା ହୋଇଥିଲା। ପ୍ରାୟ ବର୍ଷେ ହେଲା ସେ କଥା କହିବାକୁ ମଧ୍ୟ ଅସମର୍ଥ ଥିଲେ।

ଗୋରଖପୁରରେ ଏକ ଟାବଲେଟ୍ ବଣ୍ଟନ କାର୍ଯ୍ୟକ୍ରମରେ ଥିବାବେଳେ ଯୋଗୀ ମା’ଙ୍କ ଦେହାନ୍ତ ଖବର ପାଇଥିଲେ। ଏହାପରେ ସେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ପଞ୍ଚୁର ଅଭିମୁଖେ ବାହାରିଥିଲେ। ଶନିବାର ହରିଦ୍ୱାରର ଚଣ୍ଡୀ ଘାଟରେ ସାବିତ୍ରୀ ଦେବୀଙ୍କ ଅନ୍ତିମ ସଂସ୍କାର ହେବ। ଏଥିରେ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ।

Show More

Related Articles

Back to top button