Breaking PLUSଦେଶଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ନଭେମ୍ବର ୨୨ରୁ ଭାରତ ଗସ୍ତରେ ନେପାଳ ପ୍ରଧାନମନ୍ତ୍ରୀ

 

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ସେ ନଭେମ୍ବର ୨୨ ଓ ୨୩ ତାରିଖରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ଦିଆଯାଇଛି। ମାର୍ଚ୍ଚରେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।
ଗସ୍ତ ଅବସରରେ ନଭେମ୍ବର ୨୩ରେ ନରେନ୍ଦ୍ର ମୋଦିଙ୍କ ସହ ବାଲେନ୍ଦ୍ର ଶାହଙ୍କ ଦ୍ୱିପାକ୍ଷିକ ଆଲୋଚନା ହେବ। ଏଥିରେ ଭାରତ-ନେପାଳ ସମ୍ପର୍କର ସମୀକ୍ଷା ସହ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମତ ବିନିମୟ ହେବ।
ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ, ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନକୁ ଆହୁରି ସୁଦୃଢ଼ କରିବ। ଏହା ଭାରତର ‘ପଡ଼ୋଶୀ ପ୍ରଥମ’ ନୀତିରେ ନେପାଳର ଗୁରୁତ୍ୱକୁ ମଧ୍ୟ ପ୍ରତିଫଳିତ କରୁଛି।
ଭାରତ ଓ ନେପାଳ ମଧ୍ୟରେ ଦୀର୍ଘଦିନର ଐତିହାସିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଛି। ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଶକ୍ତି, ଜଳସମ୍ପଦ, ଭିତ୍ତିଭୂମି ଓ ଡିଜିଟାଲ୍ ଯୋଗାଯୋଗ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଛି। ଏହି ଗସ୍ତ ଦ୍ୱାରା ଦୁଇ ଦେଶର ସହଭାଗିତା ଆହୁରି ମଜବୁତ ହେବା ସହ ନୂଆ ସହଯୋଗର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

Show More

Related Articles

Back to top button