Breaking PLUSଓଡ଼ିଶାନିଯୁକ୍ତିମୁଖ୍ୟ ଖବରଶିକ୍ଷା

ଏସ୍‌ଏସ୍‌ବି ଜୁନିୟର ଆସିଷ୍ଟାଣ୍ଟ ଓ କ୍ଲର୍କ ପରୀକ୍ଷା ତାରିଖ ଘୋଷଣା

 

ଭୁବନେଶ୍ୱର: ବାତ୍ୟା ‘ଅକ୍ୱାନ୍‌’ ପ୍ରଭାବରେ ଘୁଞ୍ଚିଥିବା ରାଜ୍ୟ ଚୟନ ବୋର୍ଡ (ଏସ୍‌ଏସ୍‌ବି)ର ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି। ଏନେଇ ଏସ୍‌ଏସ୍‌ବି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ପୂର୍ବ ନିର୍ଦ୍ଧାରିତ ନଭେମ୍ବର ୨୧ ଓ ୨୩ ତାରିଖର ପରୀକ୍ଷା ଏବେ ଡିସେମ୍ବର ୩ ଓ ୪ ତାରିଖରେ ଅନୁଷ୍ଠିତ ହେବ। ଏଥିସହ ନଭେମ୍ବର ୨୫ ଓ ୨୭ ତଥା ଡିସେମ୍ବର ୧ ଓ ୨ ତାରିଖରେ ପୂର୍ବରୁ ଧାର୍ଯ୍ୟ ପରୀକ୍ଷା ମଧ୍ୟ ଯଥାରୀତି ଅନୁଷ୍ଠିତ ହେବ।

ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟାରୁ ଏସ୍‌ଏସ୍‌ବିର ଅଫିସିଆଲ୍ ୱେବସାଇଟ୍‌ରୁ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ପରୀକ୍ଷାର୍ଥୀଙ୍କୁ ନୂତନ ସୂଚୀ ଅନୁସାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button