Breaking PLUSଦେଶ ବିଦେଶମୁଖ୍ୟ ଖବର

ବିବାଦୀୟ ଟୁଇଟକୁ ନେଇ ଅଡୁଆରେ ସ୍ୱରା ଭାସ୍କର

ଗାଜିଆବାଦରେ ଏକ ମାରପିଟ ଘଟଣାକୁ ବିବାଦୀୟ କରି ସାମ୍ପ୍ରଦାୟିକ ରୂପ ଦେଉଥିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଟ୍ୱିଟର ଇଣ୍ଡିଆ ମୂଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ତିଳକମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତୀତ ସାମ୍ବାଦିକ ଆରଫା ଖାନୁମ ସେରୱାନି, ଆସିଫ ଖାଁଙ୍କ ନାମ ମଧ୍ୟ ଆଇନଜୀବୀ ଅମିତ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

ଗାଜିଆବାଦରେ ଏକ ମାରପିଟ ଘଟଣାକୁ ବିବାଦୀୟ କରି ସାମ୍ପ୍ରଦାୟିକ ରୂପ ଦେଉଥିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଟ୍ୱିଟର ଇଣ୍ଡିଆ ମୂଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ତିଳକମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତୀତ ସାମ୍ବାଦିକ ଆରଫା ଖାନୁମ ସେରୱାନି, ଆସିଫ ଖାଁଙ୍କ ନାମ ମଧ୍ୟ ଆଇନଜୀବୀ ଅମିତ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ପୂର୍ବରୁ ଟ୍ୱିଟରର ଆଇଏନସି, ଟ୍ୱିଟର କମ୍ୟୁନିକେଶନ ଇଣ୍ଡିଆ, ନ୍ୟୁଜ ୱେବାସାଇଟ ଦି ୱାୟାର, ସାମ୍ବାଦିକ ମହମ୍ମଦ ଜୁବାଇର, ରାଣା ଆୟୁବ, କଂଗ୍ରେସ ନେତା ଶାମ ମହମ୍ମଦ, ସଲମାନ ନିଜାମିଳ ମୁସକାରୀ ଉସମାନୀ ଓ ସଭା ନକବୀଙ୍କ ନାମରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଜଣେ ଯୁବକ ଗାଜିଆବାଦର ଲୋନୀରେ ଅବଦୁଲ ସମିଦ ମାଡ ମାରିବା ସହ ତାଙ୍କ ଦାଢ଼ୀ କାଟି ନେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ଏହା ସତ୍ୱେ ଉପରୋକ୍ତ ବ୍ୟକ୍ତିମାନେ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଅନୁସାରେ ବୃଦ୍ଧ ଜଣଙ୍କ ଯୁବକକୁ କେତେକ ତାବିଜ ଦେଇଥିଲେ, ଯାହା କି କାର୍ଯ୍ୟ କରି ନ ଥିଲା । ଏହାକୁ ନେଇ ଯୁବକଜଣଙ୍କ ତାଙ୍କୁ ମାରପିଟ କରିଥିଲେ ।

Show More

Related Articles

Back to top button