Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ନାନ ପରେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଚାଲିଛି ଗୋପନ ସେବା, ଆଜି ଅନୁଷ୍ଠିତ ହେବ ଶ୍ରୀଅଙ୍ଗ ଫିଟା ନୀତି

ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନ ସେବାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ହେଉଛି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି । ସ୍ନାନପୂର୍ଣ୍ଣିମା ରାତିରୁ ଅସୁସ୍ଥତା କାରଣରୁ ଅଣସର ପିଣ୍ଡିରେ ମହାପ୍ରଭୁ ଅଟକି ରହିଛନ୍ତି । ଜ୍ୱର ରୋଗର ଉପଚାର ପାଇଁ ଶ୍ରୀବିଗ୍ରହଙ୍କ ଗୁପ୍ତ ସେବା କରୁଛନ୍ତି ଦଇତାପତି ସେବକ । ଶନିବାର ରାତିରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଫିଟିବା ପରେ ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପାଦନ ହେବ ।

ଦଇତାପତି କହିଛନ୍ତି ମହାପ୍ରଭୁଙ୍କ ଅଣସର ବାସର ଗୁରୁତ୍ୱପୂର୍ଣ୍ଣ ଗୋପନ ସେବା ଶ୍ରୀଅଙ୍ଗ ଫିଟା ନୀତି ସୋମବାର ଦିନ ଅନୁଷ୍ଠିତ ହେବ । ହବିଷ ବ୍ରତ ପାଳନ କରୁଥିବା ଦଇତାପତି ସେବକ ଶୁଦ୍ଧ ଚିତ୍ତରେ ଏହି ଗୋପନ ସେବା କରୁଛନ୍ତି । ପ୍ରତିଦିନ ଭଳି ରବିବାର ବି ଶ୍ରୀବିଗ୍ରହଙ୍କୁ ଚକଟା ଭୋଗ ଏବଂ ପଣା ଭୋଗ ଲାଗି ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇ ବେହରଣ ଦ୍ୱାର ଖୋଲିବା ପରେ ପ୍ରଭୁଙ୍କ ଗୋପନ ନୀତିର ବିଭିନ୍ନ ସେବା ସମ୍ପାଦନ କରୁଛନ୍ତି ।

ଚଳିତବର୍ଷ ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ପାଳନ ହେବାରୁ ସଅଳ ଦେବସ୍ନାନ ନୀତି ସମ୍ପନ୍ନ ହୋଇଛି ।ଏହି କାରଣରୁ ମହାପ୍ରଭୁଙ୍କ ଅଣସର ବାସ ନୀତି ଚଳତି ବର୍ଷ ୧୫ ଦିନ ଅନୁଷ୍ଠିତ ହୋଉଛି । ଅଣସର ବାସ ନୀତିରେ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଗୋପନ ସେବାର ଓଦା ବସ୍ତ୍ର ଫିଟା, ଶ୍ରୀଅଙ୍ଗ ଫିଟା, ଆୟୁର୍ବେଦ ଜଟିବୁଟିରେ ପ୍ରସ୍ତୁତ ଫୁଲରୀ ତେଲ ଲାଗି, ଓଷ ଲାଗି, ଖଳି ଲାଗି ପରେ ଚକା ଅପସର, ଖଡ଼ି ଲାଗି ଆଦି ସେବା ହେବାର ଶ୍ରୀମନ୍ଦିର ପରମ୍ପରା ରହିଛି । ଫୁଲରୀ ତେଲ ଲାଗି ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି । ବଡ଼ଓଡ଼ିଆ ମଠରୁ ଏହି ତେଲ ଶ୍ରୀମନ୍ଦିରକୁ ବିଜେ ହେବ ।ସ୍ନାନ

Show More

Related Articles

Back to top button