Breaking PLUSଦେଶ ବିଦେଶମୁଖ୍ୟ ଖବର

ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ୬ ତୃଣମୂଳ ସାଂସଦ ନିଲମ୍ବିତ

ତୃଣମୂଳ କଂଗ୍ରେସର ୬ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମୌସୁମି ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଟିଏମସି ସଦସ୍ୟଙ୍କୁ ନିଲମ୍ବନ କରିଛନ୍ତି। ଟିଏମସି ସଦସ୍ୟମାନେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଗୃହର ମଧ୍ୟ ଭାଗରେ ପେଗାସସ୍‌ ପ୍ରସଙ୍ଗରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ।

ତୃଣମୂଳ କଂଗ୍ରେସର ୬ ସଦସ୍ୟଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି। ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମୌସୁମି ଅଧିବେଶନର ଅବଶିଷ୍ଟ ଦିନଗୁଡିକ ଲାଗି ଟିଏମସି ସଦସ୍ୟଙ୍କୁ ନିଲମ୍ବନ କରିଛନ୍ତି। ଟିଏମସି ସଦସ୍ୟମାନେ ଅନ୍ୟ ବିରୋଧୀ ସଦସ୍ୟଙ୍କ ସହିତ ମିଶି ଗୃହର ମଧ୍ୟ ଭାଗରେ ପେଗାସସ୍‌ ପ୍ରସଙ୍ଗରେ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ପେଗାସସ୍ ପ୍ରସଙ୍ଗକୁ ନେଇ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ସଦସ୍ୟମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ତେବେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଏହି ବିକ୍ଷୋଭକୁ ନେଇ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପେଗାସସ୍ ସ୍ପାଏୱେର ମାଧ୍ୟମରେ ସରକାର ଗୁଇନ୍ଦା କାର୍ଯ୍ୟ କରିଥିବା ଅଭିଯୋଗ ହୋଇଥିବାବେଳେ ବିରୋଧୀ ଦଳଗୁଡିକ ଏହା ଉପରେ ଆଲୋଚନା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। ଆଜିର ବିକ୍ଷୋଭ ସମୟରେ ବିରୋଧୀ ସଦସ୍ୟମାନେ ସରକାର ବିରୋଧୀ ନାରା ଲେଖାଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଗୃହ ଅଧ୍ୟକ୍ଷ ଏହି ପ୍ଲାକାର୍ଡକୁ ନେଇ କ୍ଷୁବ୍ଧ ହୋଇଥିଲେ। ସେ ବିକ୍ଷୋଭକାରୀ ସଦସ୍ୟଙ୍କୁ ନିଜ ଆସନକୁ ଚାଲିଯିବାକୁ କହିଥିଲେ। ପରେ ନିୟମ ୨୫୫ ଲାଗୁ କରିବାକୁ ଧମକ ଦେଇଥିଲେ। ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଏହି ଧମକକୁ ଖାତିର କରି ନଥିଲେ। ପରେ ସେ ନିର୍ଦେଶ ଦେଇଥିଲେ ଯେଉଁମାନେ ଅଧ୍ୟକ୍ଷଙ୍କୁ ଅବଜ୍ଞା କରୁଛନ୍ତି ଓ ପ୍ଲାକାର୍ଡ ପ୍ରଦର୍ଶନ କରୁଛନ୍ତି ସେମାନେ ନିୟମ ୨୫୫ ଅନୁଯାୟୀ ଗୃହ ଛାଡି ଚାଲିଯାଆନ୍ତୁ। ତେବେ ଅଧ୍ୟକ୍ଷ କୌଣସି ସଦସ୍ୟଙ୍କ ନାମ ନେଇ ନଥିଲେ। ସେ କହିଥିଲେ ଯେ କେଉଁ ସଦସ୍ୟମାନେ ଗୃହ ଛାଡିବେ ତାର ତାଲିକା ରାଜ୍ୟସଭା ସଚିବାଳୟ ଦେବ। ପରେ ସଚିବାଳୟ ପକ୍ଷରୁ ୬ ସଦସ୍ୟଙ୍କ ନାମ ପ୍ରକାଶ କରାଯାଇଥିଲା।

ତୃଣମୂଳ କଂଗ୍ରେସର ଏହି ୬ ସଦସ୍ୟ ହେଲେ ଦୋଳା ସେନ, ମହମ୍ମଦ ନଦିମୂଲ ହକ୍‌, ଅବିର ରଞ୍ଜନ ବିଶ୍ବାସ, ଶାନ୍ତା ଛେତ୍ରୀ, ଅର୍ପିତା ଘୋଷ ଓ ମୌସୁମ୍ ନୁର୍‌। ସଦସ୍ୟଙ୍କ ନିଲମ୍ବନ ଘୋଷଣା ପରେ ନାଇଡୁ ଗୃହକୁ ମୁଲତବୀ ରଖିଥିଲେ। ତେବେ ନିଲମ୍ବିତ ସଦସ୍ୟମାନେ ଗୃହ ଛାଡି ଯାଇ ନଥିଲେ। ଏହା ପୂର୍ବରୁ ଜୁଲାଇ ୨୩ରେ ଟିଏମ୍‌ସିର ଅନ୍ୟତମ ସଦସ୍ୟ ଶାନ୍ତନୁ ସେନଙ୍କୁ ରାଜ୍ୟସଭା ମୌସୁମି ଅଧିବେଶନରୁ ନିଲମ୍ବନ କରାଯାଇଥିଲା। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡାଇ ନେଇ ଚିରି ଫୋପାଡିବା କାରଣରୁ ଶାନ୍ତନୁଙ୍କୁ ନିଲମ୍ବନ କରାଯାଇଥିଲା।

Show More

Related Articles

Back to top button