ଏଣିକି ସ୍ମାର୍ଟ କ୍ଲାସ ରୁମରେ ପଢିବେ ଛାତ୍ରଛାତ୍ରୀ । ପାଇଲଟ୍ ପ୍ରଜେକ୍ଟ ଭାବେ ଏହି ବ୍ୟବସ୍ଥା ଗଞ୍ଜାମ ଜିଲ୍ଲାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିିଳୀ ଓ ଶେଷଗଡ ବ୍ଲକ୍ ର 50 ଟି ଆଦର୍ଶ ବିଦ୍ୟାଳୟକୁ ରୁପାନ୍ତରଣ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ୟୁଆଲ ମାଧ୍ୟମରେ ଏହି ସ୍କୁଲ ଗୁଡିକୁ ଉଦଘାଟନ କରିଛନ୍ତି । ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଶ୍ରେଣୀ ଗୃହ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଜ୍ଞାନ ଆହରଣର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଇଛି ।
ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରୁସାର କାର୍ଯ୍ୟକାରିତା ର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଶିକ୍ଷାର ଅଭିବୃଦ୍ଧି ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏଥିସହିତ ଓଡିଶାରେ ଅନ-ଲାଇନ ଶିକ୍ଷାକୁ ମଜବୁଦ କରିବା, ଗବେଷଣା ପରିସଂସ୍ଥାନର ବିକାଶ ଓ ଜାତୀୟ ଶିକ୍ଷାନୀତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।