କୌଣସି ବସ୍ତୁ ବା ପଦାର୍ଥର ସ୍ୱରୂପ ଯେପରି ତାକୁ ଶବ୍ଦରେ ତ ସେପରି ବୋଲି ସ୍ୱୀକାର କରିବା, କିନ୍ତୁ ଆଚରଣ ତା’ଠୁ ଭିନ୍ନ ହେବା – ଏହି ଜ୍ଞାନକୁ “ଶାବ୍ଦିକ ଜ୍ଞାନ” କହନ୍ତି । ଯଥା ବାଣ ଫୁଟାଇଲେ ବାୟୁ ପ୍ରଦୂଷଣ ସହ ଜୀବନ ପ୍ରତି ବିପଦ ଥିବା ଜାଣି ସୁଦ୍ଧା ଅଧିକ ବାଣ ଫୁଟାଇବା । ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ବୋଲି ଜାଣିବା ସତ୍ତ୍ୱେ ଧୂମପାନ କରିବା ଇତ୍ୟାଦି । ଏଦିଗରେ ମନ୍ତ୍ର କହନ୍ତି-
ଓମ୍ ଉପୟା ମ ଗୃହୀତୋସ୍ୟସ୍ୱିଭ୍ୟାଂ ତ୍ୱା ସରସ୍ୱତ୍ୟୈ ଅର୍ଥାତ୍ ମନୁଷ୍ୟ ଠିକ୍ ଏବଂ ଉଚିତ ଜ୍ଞାନକୁ ଜାଣି ସ୍ୱୟଂ ପାଳନ କରିବା ସହ ଅନ୍ୟକୁ ମଧ୍ୟ ପ୍ରବତ୍ତାଇବା ଆବଶ୍ୟକ ।
(ଯଜୁର୍ବେଦ,୨୦,୩୩)