ଓଡ଼ିଶାଖେଳଦେଶଦେଶ ବିଦେଶବ୍ୟକ୍ତିତ୍ୱସେଲିବ୍ରିଟି

ଅଷ୍ଟ୍ରେଲିଆର କ୍ରିକେଟର ଗ୍ଲେନ ମେକ୍ସୱେଲଙ୍କ ବିବାହ ନେଇ ବଡ଼ ଅପଡେଟ

ମେକ୍ସୱେଲ ଖୁବ୍ ଶୀଘ୍ର ଭାରତୀୟ ବଶୋଂଭବ ବିନି ରମଣଙ୍କୁ ବିବାହ କରି ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି

ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଓ ଅଲରାଉଣ୍ଡର ଗ୍ଲେନ ମେକ୍ସୱେଲଙ୍କ ବିବାହ ନେଇ ବଡ଼ ଅପଡେଟ ଆସିଛି । ମେକ୍ସୱେଲ ଖୁବ୍ ଶୀଘ୍ର ଭାରତୀୟ ବଶୋଂଭବ ବିନି ରମଣଙ୍କୁ ବିବାହ କରି ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି । ମେକ୍ସୱେଲ ଓ ବିନି ୨୦୧୭ରୁ ଡେଟିଂ କରି ଆସୁଛନ୍ତି । ସେମାନଙ୍କର ବିବାହ କାର୍ଡ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଭୀରତୀୟ ପରମ୍ପରୀ ଅନୁଯାୟୀ ମାର୍ଚ୍ଚ ୨୦୨୦ରେ ଦୁଇଜଣଙ୍କ ନିର୍ବନ୍ଧ ସରିଛି । ଏବେ କେବଳ ହାତଗଣ୍ଠି ପଡିବାକୁ ବାକି ରହିଛି। ମିଳିଥିବା ଖବର ଅନୁସାରେ ସେମାନଙ୍କର ବିବାହ  ମାର୍ଚ୍ଚ ୨୭ରେ ମେଲବୋର୍ଣ୍ଣରେ ପାରମ୍ପରିକ ତାମିଲ ରୀତିନୀତି ଅନୁସାରେ ଅନୁଷ୍ଠିତ ହେବ । ଏଥିରେ ଅଷ୍ଟ୍ରେଲିଆର କ୍ରିକେଟର୍ ଓ ଅନେକ ନାମିଦାମୀ ଅତିଥି ଯୋଗ ଦେବେ ।

ଭାରତୀୟ ବଂଶୋଦ୍ଭବ ବିନି ରମଣଙ୍କ ପିତା ଭେଙ୍କଟ ରମଣ ଓ ମାତା ବିଜୟଲକ୍ଷ୍ମୀ ରମଣ ତାଙ୍କ ଜନ୍ମ ପୂର୍ବରୁ ଅଷ୍ଟ୍ରେଲିଆ ଚାଲି ଯାଇଥିଲେ । ତେଣୁ ବିନି ସେଠାରେ ଜନ୍ମଲାଭ କରି ବଡ ହୋଇଥିଲେ । ପେଶାରେ ବିନି ଜଣେ ଫାର୍ମାସିଷ୍ଟ । ବର୍ତ୍ତମାନ ବିନିଙ୍କ ପରିବାର ଚେନ୍ନାଇରେ ରହୁଥିବା ବେଳେ ସେ ଏକତ୍ର ଅଷ୍ଟ୍ରେଲିଆରେ ରହୁଛନ୍ତି।

 

 

Show More

Related Articles

Back to top button