ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣ
ଶନିବାର ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ
ଆଜି ନେତ୍ର ଉତ୍ସବ ସହ ହେବ ରଥ ପ୍ରତିଷ୍ଠା, ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହେବେ ଭକ୍ତ

ଶନିବାର ରୁକୁଣା ରଥଯାତ୍ରା। ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନେତ୍ର ଉତ୍ସବ ସହ ରଥ ପ୍ରତିଷ୍ଠା କରାଯିବ। ଏଥର ଭକ୍ତଙ୍କ ଗହଳିରେ ଗଡିବ ରୁକୁଣା ରଥ। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖବର ଅନୁଯାୟୀ, ଦୀର୍ଘ ଦୁଇ ବର୍ଷ ପରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସାମିଲ ହେବେ ଭକ୍ତ । ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ ।
ଏଥର ଭକ୍ତ ଟାଣିବେ ରୁକୁଣା ରଥ । ଶ୍ରୀ ଲିଙ୍ଗରାଜଙ୍କ ରଥକୁ ଟାଣି ଟାଣି ମାଉସୀ ମାଙ୍କ ମନ୍ଦିରକୁ ନେଇଯିବେ ଭକ୍ତ । ରଥ ଟଣା ବେଳେ ଭିଡ ଅଧିକ ହେବ ବୋଲି ଆକଳନ କରାଯାଉଛି । ତେଣୁ ଏଥର ଯାତ୍ରାରେ ଭକ୍ତଙ୍କ ସୁରକ୍ଷା ସହ ଶାନ୍ତିଶୃଙ୍ଖଳାକୁ ଅଗ୍ରାଧିକାର ଦିଆଯାଇଛି । ସେପଟେ ରୁକୁଣା ରଥ ନେଇ ଚୁଡାନ୍ତ ସମନ୍ବୟ ବୈଠକ ଶେଷ ହୋଇଛି।