Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମନୋରଞନମୁଖ୍ୟ ଖବରସେଲିବ୍ରିଟି

ଓଡ଼ିଶା ପାଇଁ ଗୌରବ: ବିସିସିଆଇ ଚୟନ କମିଟି ମୁଖ୍ୟ ହେଲେ ପ୍ରଜ୍ଞାନ ଓଝା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍‌ରେ ଓଡ଼ିଶା ପାଇଁ ଆସିଛି ଗୌରବର ମୁହୂର୍ତ୍ତ। ପୂର୍ବତନ ଭାରତୀୟ କ୍ରିକେଟର୍‌ ପ୍ରଜ୍ଞାନ ଓଝାଙ୍କୁ ପୁରୁଷ ଜାତୀୟ ଚୟନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ବିସିସିଆଇ। ସୋମବାର ଏହି ଘୋଷଣା କରାଯାଇଛି। ଏହି ନିଯୁକ୍ତି ସହ ଏପରି ଗୁରୁଦାୟିତ୍ୱ ପାଇବାରେ ପ୍ରଜ୍ଞାନ ପ୍ରଥମ ଓଡ଼ିଆ କ୍ରିକେଟର୍‌ ହୋଇଛନ୍ତି।

ଭୁବନେଶ୍ୱରରେ ଜନ୍ମିତ ୪୦ ବର୍ଷୀୟ ପ୍ରଜ୍ଞାନ ଓଝା ଅଜିତ ଅଗରକରଙ୍କ ସ୍ଥାନ ନେଇଛନ୍ତି। ଅଗରକରଙ୍କ କାର୍ଯ୍ୟକାଳ ଚଳିତ ମାସ ଆରମ୍ଭରେ ଶେଷ ହୋଇଥିଲା। ଟେଷ୍ଟ କ୍ରିକେଟ୍‌ରେ ଅଭିଜ୍ଞତା ଓ ବରିଷ୍ଠତା ଆଧାରରେ ପ୍ରଜ୍ଞାନ ଏହି ପଦ ପାଇଁ ଆଗରେ ଥିଲେ।

ନୂଆ ଚୟନ କମିଟିରେ ପ୍ରଜ୍ଞାନଙ୍କ ସହ ଓଡ଼ିଆ କ୍ରିକେଟର୍‌ ଶିବସୁନ୍ଦର ଦାସ, ଆର୍‌ପି ସିଂ, ଅଜୟ ରାତ୍ରା ଓ ରମେଶ ପାୱାର ସଦସ୍ୟ ଭାବେ ରହିବେ। ପଶ୍ଚିମାଞ୍ଚଳରୁ ଖାଲି ପଡ଼ିଥିବା ଚୟନକର୍ତ୍ତା ପଦରେ ରମେଶ ପାୱାରଙ୍କୁ ନିଯୁକ୍ତ କରାଯାଇଛି।

ପ୍ରଜ୍ଞାନ ଓଝା ଘରୋଇ କ୍ରିକେଟ୍‌ରେ ହାଇଦ୍ରାବାଦ ପାଇଁ ଖେଳିଥିଲେ। ଅନ୍ୟପଟେ, ଚୟନ କମିଟି ଅଧ୍ୟକ୍ଷ ପଦ ପାଇଁ ପାର୍ଥିବ ପଟେଲଙ୍କ ନାମ ଚର୍ଚ୍ଚାରେ ଥିଲେ ମଧ୍ୟ ସେ ଆବେଦନ କରିନଥିବା ଖବର ପ୍ରକାଶ ପାଇଛି। ଆଇପିଏଲ୍‌ରେ କୋଚିଂ ଓ ଟିଭି ଧାରାବିବରଣୀରୁ ମିଳୁଥିବା ଆୟ ତୁଳନାରେ ଚୟନ କମିଟି ଅଧ୍ୟକ୍ଷ ପଦର ପାରିଶ୍ରମିକ କମ୍‌ ହୋଇଥିବାରୁ ସେ ଏଥିପାଇଁ ଆଗ୍ରହ ଦେଖାଇନଥିବା କୁହାଯାଉଛି।

Show More

Related Articles

Back to top button