Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣା,ଟ୍ରକରେ ଧକ୍କା ହୋଇ ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅଜଣା ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଗୋପାଳପୁର ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି, ମହିସାନେଦା ଗାଁର ଭୋଗାନ ମୁର୍ମୁ ଓ ଶ୍ୟାମ ମୁର୍ମୁ । ଖବର ମୁତାବକ, ଗତକାଲି ରାତିରେ ଶ୍ୟାମ ନିଜ ସାଙ୍ଗ ଭୋଗାନଙ୍କ ସହ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ମାତ୍ର ଗୋପାଳପୁର ଗାଁ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇବା ପରେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି, ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

Show More

Related Articles

Back to top button