Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର
ମାନସ ସ୍ୱାଇଁଙ୍କ ହତ୍ୟା ଘଟଣା,ଆଜି ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀଙ୍କୁ ଜେରା
କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାର ଖିନଭିନ୍ କରୁଛି ପୋଲିସ ।
କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ଘଟଣାର ଖିନଭିନ୍ କରୁଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଦୁଇ ସହଯୋଗୀଙ୍କୁ ଆଜି ଜେରା ହେବ । ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେଲ ଭିତରେ ଜେରା କରିବ ପୋଲିସ। ଗତ 13 ତାରିଖରେ JMFC କୋର୍ଟରେ ଜେରା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ 16 ତାରିଖ ଅର୍ଥାତ ଆଜି କ୍ରାଇମବ୍ରାଞ୍ଚ ଟିମ ଭଦ୍ରକ ସବଜେଲରେ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଜେରା କରିବାକୁ ଅନୁମତି ଦେଇଥିଲେ । ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ କଳ୍ପନା ସାହୁଙ୍କ ନେତୃତ୍ୱରେ ଜେଲକୁ ଯିବ ଏକ ଟିମ୍। ଅଭିଯୁକ୍ତ ମାନଙ୍କ ଟିଆଇ ପରେଡ ପାଇଁ ଅନୁମତି ଲୋଡିଛି କ୍ରାଇମବ୍ରାଞ୍ଚ । ଅନୁମତି ମିଳିବା ପରେ ଶର୍ମିଷ୍ଠାଙ୍କୁ ଛାଡି ଅନ୍ୟ ୫ ଜଣଙ୍କର ହେବ ଟିଆଇ ପରେଡ ।