ବାହାଘର ସରିବା ପରେ ସ୍ୱାମୀଙ୍କୁ ସାଙ୍ଗରେ ଧରି ପରୀକ୍ଷା ହଲରେ ପହଞ୍ଚିଲେ ନବବଧୂ
ନବିବାହିତ ମହିଳା ଜଣକ ତୃତୀୟ ବର୍ଷ ପରୀକ୍ଷା ଦେବାକୁ ଆସିଛନ୍ତି।
ଜୟପୁର: ବିବାହ ସରିବା ପରେ ପରୀକ୍ଷା ହଲରେ ପହଞ୍ଚିଲେ ନୂଆ ବୋହୂ। ନିଜ ସ୍ୱାମୀଙ୍କ ସହ ପରୀକ୍ଷା ହଲରେ ସେ ପହଞ୍ଚିଛନ୍ତି ଥିବା ଦେଖିବାକୁ ମିଳିଛି । ନବିବାହିତ ମହିଳା ଜଣକ ତୃତୀୟ ବର୍ଷ ପରୀକ୍ଷା ଦେବାକୁ ଆସିଛନ୍ତି। ଏଭଳି ଦୃଶ୍ୟ ରାଜସ୍ଥାନର ବାର୍ମର ଅଞ୍ଚଳରେ ଦେଖିବାକୁ ମିଳିଛି। ମୁଲତାରନମାଳ ଭିକିଚାନ୍ଦ ଚାଜେଦ କନ୍ୟା ପିଜି କଲେଜରେ ଉଭୟ ସ୍ୱାମୀ-ସ୍ତୀ ପହଞ୍ଚି ଥିବା ଦେଖିବାକୁ ମିଳିଛି । ତେବେ ପରୀକ୍ଷା ହଲରେ ବଧୂ ବେଶରେ ଦେଖି ଅନ୍ୟ ଛାତ୍ର ଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନବ ବିବାହିତ ମହିଳାଙ୍କ ନାମ ହାଇରୋ ଦେବୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ହେଉଛନ୍ତି ଗୋମା ରାମ। ଏହି ନବଦମ୍ପତିଙ୍କ ଘର ମରୌଡ଼ିରେ।ଏପ୍ରିଲ ୨୧ରେ ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଥିଲା। ହାଇରୋ ଦେବୀ ଯୁକ୍ତ ୩ ବିଏସସିର ଛାତ୍ରୀ। ସେ ତୃତୀୟ ବର୍ଷ ଫାଇନାଲ ପରୀକ୍ଷା ଦେଉଛନ୍ତି। ବିବାହ ପରେ ପରୀକ୍ଷା ଦେବାକୁ ସାଙ୍ଗରେ ସ୍ୱାମୀଙ୍କ ସହ ଆସିଥିଲେ। ବିବାହ ସତ୍ତ୍ୱେ ପରୀକ୍ଷା ମିସ୍ କରିବେ ନାହିଁ ବୋଲି ହାଇରୋ ଦେବୀ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସମୟରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।