ବାଟରେ ହଗିବା ଦେଉଳ ତୋଳିବା,
ସବୁ ଗୋଟେ ଗୋଟେ ଧନ୍ଦା l
ବିନା ପରିଶ୍ରମେ ପଇସା ପାଇଁକି,
ଯେତିକ ଫିକର ଫନ୍ଦା l
ଚାଉଳ ଦୁଇ କୁ ତେଲ ଦୁଇଶ,
ଜନତା ହେଲେଣି ଚନ୍ଦା l
ଦି ନାକ୍ଷେ ବାନ୍ଧିଲେ ଦୁଇଶ ମିଳୁଚି,
ସେଆର ବଜାର ମାନ୍ଦା l
ଭୋଅଟ ବଜାରେ ନୋଅଟ ଉଡ଼ୁଚି,
ନାଚରେ ତାଥିନି ଧିନ୍ଦା l
କିଏସେ କୋଉଠି ବଅମ ଫିଙ୍ଗିଲା,
ନିରୀହ ଟା ହେଲା ବନ୍ଧା l
ସାତ ରୁ ସତୁରି ହାତେ ମୋବାଇଲ,
ଜିଇଁତି ଗୁଡ଼ ରେ ଜନ୍ଦା l
ବୋହୂକୁ ନେଇକି ପୁଅ ପଳେଇଲା,
କିଏ ଖାଏ ଶାଶୂ ଖୁନ୍ଦା l
ଚିତା ଚଇତନେ ବାଆଜୀ ବଇଚି,
ଚିତ୍ତ ମାତାଜୀ ରେ ଛନ୍ଦା l
ଷାଠିଏ ପଉଟି ଖାଇକି ଶୋଇଚୁ,
ଏଟା ନୁହେଁ ତତେ ନିନ୍ଦା l
ଭିତର କଥାଟା ନକହିଲେ ଭଲ,
ଗୁହ କୁ ଘାଣ୍ଟିଲେ ଗନ୍ଧା l