Breaking PLUSଦେଶମୁଖ୍ୟ ଖବର
ମେ’ ୩୧ରେ ଚାଲିବନି କୌଣସି ଟ୍ରେନ

ମେ’ ୩୧ରେ ଚାଲିବନି ଟ୍ରେନ୍। ବନ୍ଦ ରହିବ ସମସ୍ତ ରେଲ ଚଳାଚଳ । ଯଦି ରେଳ ମନ୍ତ୍ରଣାଳୟ ଯଥାଶୀଘ୍ର କୌଣସି ନିଷ୍ପତ୍ତି ନ ନେବ, ତେବେ ସାରା ଦେଶର ଲୋକଙ୍କୁ ବଡ଼ ସମସ୍ୟା ଭୋଗିବାକୁ ପଡ଼ିପାରେ। ଏହାର କାରଣ ହେଉଛି ଭାରତୀୟ ରେଳର ସମସ୍ତ ଷ୍ଟେସନ୍ ମାଷ୍ଟର ହରତାଳରେ ବସିବାକୁ ଯାଉଛନ୍ତି। ରେଲେଓ୍ଵର ଉଦାସୀନତାକୁ ବିରୋଧ କରି ସାରା ଦେଶର ପାଖାପାଖି ୩୫ ହଜାରରୁ ଊର୍ଦ୍ଧ୍ୱ ଷ୍ଟେସନ୍ ମାଷ୍ଟରଙ୍କ ପକ୍ଷରୁ ରେଲୱେ ବୋର୍ଡକୁ ନୋଟିସ୍ କରିଛନ୍ତି। ଏହି ନୋଟିସ୍ରେ ସେମାନେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ଆସନ୍ତା ୩୧ ତାରିଖରେ ସେମାନେ ଆନ୍ଦୋଳନ କରିବେ। ତେବେ ଏହା ଦେଖିବାକୁ ବାକି ରହିଲା ଯେ ଏମାନଙ୍କ ଚେତାବନୀକୁ ସରକାର କେତେ ଦୂର ଗ୍ରହଣ କରି ନିଷ୍ପତ୍ତି ନେଉଛନ୍ତି।